Odisha Police SI Exam 08 Jul 2022 Paper 1

Show Para  Hide Para 
Question Numbers: 51-54
ପୃଥ୍ଵବୀରେ ଯେଉଁ ବେଗରେ ଜନସଂଖ୍ୟା ବଢିଚାଲିଛି, ଖାଦ୍ୟ ଉତ୍ପାଦନର ପରିମାଣ ଦିନକୁ ଦିନ ବଢିଲେ ମଧ୍ୟ ଏହା ସବୁବେଳେ ନିଅଣ୍ଟିଆ ହୋଇ ରହିଯାଉଛି । ପ୍ରତି ବର୍ଷ ଯେଉଁ ହାରରେ ଏହା ବଢିଚାଲିଛି, ଏହା ଯେ ଭବିଷ୍ୟତରେ କି ଆକାର ଧାରଣ କରିବ, ଭାବିଲାବେଳକୁ ଦେହ ଶୀତେଇଉଠୁଛି । ତେଣୁ ଯେତେଦିନ ପର୍ଯ୍ୟନ୍ତ ସେହି ଅବସ୍ଥା ଆସିନି, ପୃଥ୍ଵବୀରେ ଲୋକସଂଖ୍ୟା କ୍ରମାଗତ ବଢିଚାଲିଥିବ । ହଜାରେ କି ଦୁଇ ହଜାର ବର୍ଷ ପରେ ଏମିତି ଅବସ୍ଥା ଆସିବ ଯେ ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ଅସମ୍ଭବ ହୋଇପଡିବ । ସେମିତି ଏକ ସୁଦୂର ଭବିଷ୍ୟତରେ ମଣିଷର ଖାଦ୍ୟ ସମସ୍ୟାର କେମିତି ଭାବରେ ସମାଧାନ କରିହେବ, ଆଜହୁଁ ବିଚାର କରିବା କଥା । ଏହା ସ୍ମତଃସିଦ୍ଧ ଯେ ବିଜ୍ଞାନ ସେତେବେଳକୁ ଯେଉଁ ଉନ୍ନତ ଅବସ୍ଥାକୁ ଆସିଥିବ. ସେଥିରେ ଖାଦ୍ୟ ସମସ୍ୟା ଏକ ବଡ ସମସ୍ୟା ହୋଇ ରହିନପାରେ । ତେବେ କୃଷି ଦ୍ୱାରା ଖାଦ୍ୟ ଉତ୍ପାଦନ କରି ସେମାନଙ୍କୁ ଯୋଗାଇବା ପୂରାପୂରି ଅସମ୍ଭବ ହୋଇପଡିବ । ଭବିଷ୍ୟତରେ ଜନସଂଖ୍ୟ ବହୂ ପରିମାଣରେ ବଢିଗଲେ ଚାଷଜମିର ପରିମାଣ କମିଆସିବ, କାରଣ ଚାଷକମିଗୁଡିକ ଜନବସତି, ସହର ଓ ଶିଳ୍ପାଞ୍ଚଳରେ ପୂରିଉଠିବ । ଦିନକୁ ଦିନ ପୃଥ୍ଵବୀର ଜନସଂଖ୍ୟା ଯେଉଁ ପରିମାଣରେ ବଢ଼ୁଥିବ, ସେହି ଅନୁପାତରେ ଚାଷଜମି ବଢିବା ପରିବର୍ତ୍ତେ କମିବାକୁ ଲାଗୁଥିବ। ଆମେ ଆଜିକାଲି କୃଷିରୁ ଯାହା ଖାଦ୍ୟପଦାର୍ଥ ଆହରଣ କରୁଛୁ, ତାହା କେବଳ ଆମକୁ ମୋଟାମୋଟି ପୁଷ୍ଟିସାର, ଶ୍ୱେତସାର ଓ ସ୍ନେହସାର ଜାତୀୟ ଖାଦ୍ୟ ଯୋଗାଉଛି । ଆମ ଖାଦ୍ୟର ପ୍ରଧାନ ଅଂଶ ହିଁ ଏହି ତିନୋଟି । ଧାନ, ଗହମ, ବାଜରା, ମାଣ୍ଡିଆ , ଆଳୁ, ଆଦି ଚାଷ ଆମକୁ ଶ୍ୱେତସାର ଜାତୀୟ ଖାଦ୍ୟ ଯୋଗାଉଛି । ରବି ଫସଲ ଓ ଗୋପାଳନ, ମତ୍ସ୍ୟ ଉତ୍ପାଦନ, କୁକୁଡ଼ା ପାଳନ, ଆଦି ଆମକୁ ପୁଷ୍ଟିସାର ଜାତୀୟ ଖାଦ୍ୟ ଯୋଗାଉଛି । ଏହି ଗୋପାଳନ, କୁକୁଡା ପାଳନ ପ୍ରକାରାନ୍ତରେ ସାଧାରଣ ଚାଷ ଉପରେ ନିର୍ଭର କରେ, କାରଣ ଏଗୁଡିକୁ ସାଧାରଣ ଚାଷଜମିରୁ ଉତ୍ପନ୍ନ ଖାଦ୍ୟ ଖାଇ ଆମକୁ ଉତ୍କୃଷ୍ଟ ପୁଷ୍ଟିସାର ଖାଦ୍ୟ ଯୋଗାନ୍ତି । ବର୍ତ୍ତମାନ ପ୍ରଶ୍ନ ହେଲା, ଆମେ ସାଧାରଣ ଚାଷକୁ ଉଠାଇ ଦେଇ ଏଗୁଡିକର ଉତ୍ପାଦନ କିଭଳି ଭାବରେ କରିପାରିବୁ ଓ ଭବିଷ୍ୟତର ଖାଦ୍ୟସମସ୍ୟା ଦିଗରେ ଏଗୁଡିକ ଆମର କେତେ ଦୂର ସାହାଯ୍ୟକାରୀ ହୋଇପାରିବେ ତାହା ଆଲୋଚନା କରିବା କଥା |
© examsnet.com
Question : 52
Total: 100
Go to Question: